Image Courtesy of NDTV
ନୂଆଦିଲ୍ଲୀ: ଗୁରୁବାର ଦିନ ଆଉ ୫ଟି ‘ଇଂଲଣ୍ଡ୍ କରୋନାଭାଇାସ୍ ଷ୍ଟ୍ରେନ୍’ ସଂକ୍ରମିତ ରେକର୍ଡ କରାଯିବା ପରେ ଭାରତରେ ଏହି ‘ଷ୍ଟ୍ରେନ୍’ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି।
୫ଟି ସଦ୍ୟତମ ସଂକ୍ରମଣ ମାମଲାରୁ ୪ଟି ପୁଣେସ୍ଥିତ ‘ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି’ରୁ ଚିହ୍ନଟ କରାଯାଇଥିବା ବେଳେ ବାକି ଗୋଟିକ ଦିଲ୍ଲୀସ୍ଥିତ ‘ସିଏସ୍ଆଇଆର୍’- ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଜିନୋମିକ୍ସ୍ ଆଣ୍ଡ୍ ଇଣ୍ଟିଗ୍ରେଟିଭ୍ ବାୟୋଲୋଜି’ରେ ଚିହ୍ନଟ କରାଯାଇଛି। ସମ୍ପୃକ୍ତ ଆକ୍ରାନ୍ତମାନଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ପୃଥକ୍ବାସରେ ରଖାଯାଇଛି।
Image Courtesy of Hindustan Times‘ଗୁଣସୂତ୍ର କ୍ରମ ଅନୁଶୀଳନ କରାଯିବା ପରେ ଭାରତରେ ସମୁଦାୟ ୨୫ଟି ‘ଇଂଲଣ୍ଡ୍ରୁ ପରିବର୍ତ୍ତିତ ଭୂତାଣୁ’ ସଂକ୍ରମଣ ହୋଇଥିବା ରେକର୍ଡ କରାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି।
ଏବେ ସଂକ୍ରମିତ ହେଉଥିବା କରୋନାଭାଇରସ୍ ଅପେକ୍ଷା ଇଂଲଣ୍ଡ୍ରୁ ବ୍ୟାପୁଥିବା ଗୁଣସୂତ୍ର ପରିବର୍ତ୍ତିତ ଭୂତାଣୁ ୭୦% ଅଧିକ ସଂକ୍ରମଣଶୀଳ ବୋଲି ଡାକ୍ତରମାନେ କହୁଛନ୍ତି।
ପ୍ରଥମେ ସେପ୍ଟେମ୍ବର ମାସରେ ଇଂଲଣ୍ଡ୍ରେ ଏହି ପରିବର୍ତ୍ତିତ କରୋନାଭାଇରସ୍ ଦେଖା ଦେଇଥିଲା। ୟୁରୋପ ଫେରନ୍ତା ଭାରତୀୟମାନଙ୍କ ଦେହରେ ଏହା ସଂକ୍ରମିତ ହୋଇଥିବା କଥା ଦୁଇ ଦିନ ତଳେ ଜଣାପଡ଼ିଥିଲା।
Follow Us